କରାଚିରେ ବିମାନ ଦୁର୍ଘଟଣା, ୧୦୭ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟି ୧୦୭ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି ପିଆଇଏ ପ୍ରବକ୍ତା। ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଲ୍ୟାଣ୍ଡ କରିବାର ମାତ୍ର ୧ ମିନିଟ୍ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ମୋଟ ୯୧ ଜଣ ଯାତ୍ରୀ ଥିଲେ। ସେଥି ମଧ୍ୟରୁ ୮୫ ଇକୋନୋମି ଓ ୬ ବିଜନେସ କ୍ଲାସରେ ଯାତ୍ରା କରୁଥିଲେ।

ପିଆଇଏର ପ୍ରବକ୍ତା ଅବଦୁଲ ସତ୍ତାରଙ୍କ କହିବା ମୁତାବକ, ବିମାନ ଏ-୩୨୦ ଲାହୋରରୁ କରାଚି ଯାଉଥିବା ସମୟରେ ମାଲିରର ମାଣ୍ଡଳ କଲୋନୀସ୍ଥିତ ଜିନ୍ନା ଗାର୍ଡେନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭିଡ଼ିଓ ବି ସାମ୍ନାକୁ ଆସୁଛି ଯେଉଁଥିରେ ଧୁଆଁ ଉଠୁଥିବାର ଦେଖିବାକୁ ମିଳିଛି। ପାକିସ୍ତାନୀ ମିଡିଆ ରିପୋର୍ଟ ମୁତାବକ, ବିମାନ ଲ୍ୟାଣ୍ଡ କରିବାର ମାତ୍ର ୧ ମିନିଟ୍ ପୂର୍ବରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ପାକିସ୍ତାନୀ ସେନା କ୍ୱିକ୍ ରିଏକ୍ସନ ଫୋର୍ସ ଓ ପାକିସ୍ତାନ ରେଞ୍ଜର୍ସର ଯବାନ ଘଟଣାସ୍ଥଳୀରେ ପହଞ୍ôଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।