ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୩୦ା୬/ଏଜେନ୍ସି : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ପ୍ରାୟ ଏକ ତୃତୀୟାଶଂ ପାଇଲଟ୍ ଜାଲ୍ ପ୍ରମାଣପତ୍ର କାରଣରୁ ବିଦା ହେବା ପରିପ୍ରେକ୍ଷୀରେ ୟୁରୋପୀୟ ସଂଘ ଏହି ବିମାନ ଚଳାଚଳ ସଂସ୍ଥାକୁ ୬ ମାସ ପାଇଁ ବାସନ୍ଦ କରିଛି । ୟୁରୋପୀୟ ସଂଘ ଆଭିଏସନ ସେଫ୍‌ଟି ଏଜେନ୍ସି ପକ୍ଷରୁ କୁହାଯାଇଛି ପାକିସ୍ତାନର ଅନ୍ୟ ପାଇଲଟ୍‌ମାନେ ଯଥାଯଥ ଯୋଗ୍ୟ କି ନୁହେଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।