ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା କଳାକାରଙ୍କ ଜୀବନ

ବାଲେଶ୍ୱର,ଏନ୍ଏନ୍ଏସ୍: ପ୍ରମୁଖ କଳାକାର ତଥା ଚିତ୍ରକାର ଦେବେନ୍ଦ୍ର ଖଟୁଆ(୪୨)ଙ୍କ ଶନିବାର ମଧ୍ୟାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ତେବେ ତାଙ୍କର ପତ୍ନୀ ଓ ୮ବର୍ଷର ପୁଅ ଅଛି।

ସୂଚନା ଅନୁସାରେ ଦେବେନ୍ଦ୍ର ଆଜି ମଧ୍ୟହ୍ନରେ ସ୍କୁଟି ଯୋଗେ ବାଲେଶ୍ୱର ଯାଉଥିଲେ। ତେବେ ରେମୁଣା ଗୋଲାଇ ନିକଟରେ ସେ ଏକ ଏସୟୁଭିକୁ ଓଭରଟେକ କରୁଥିବାବେଳେ ତାଙ୍କୁ ରଘୁନାଥ ନାମକ ଏକ ବସ ତାଙ୍କ ଉପରେ ମାଡ଼ି ଯାଇଥିଲା। ତେବେ ବସଟି ବାରି ପଦା ଯାଉଥିବା ଜଣାପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି। ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।