ପାଇକ ସ୍ମାରକ ଶିଳାନ୍ୟାସ ପାଇଁ ଖୋର୍ଦ୍ଧାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ଖୋର୍ଦ୍ଧାର ବରୁଣେଇ ଠାରେ ରବିବାର ପାଇକ ସ୍ମାରକୀ ଶିଳାନ୍ୟାସ ଉତ୍ସବ ଅନୁଷ୍ଠତ ହୋଇଛି। ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ଏହାକୁ ଶିଳାନ୍ୟାସ କରିବେ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ସଡ଼ଙ୍ଗୀ, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ।

ତେବେ ପାଇକ ବିଦ୍ରୋହକୁ ୨୦୦ବର୍ଷ ପୂର୍ତ୍ତି ହୋଇଥିବାରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।