ଭୁବନେଶ୍ବର,ଏନ୍ଏନ୍ଏସ୍: ବିଶିଷ୍ଟ ସାହିତ୍ୟିକ ବାଗ୍ମୀ ରଜତ କରଙ୍କ ଆଜି ପରଲୋକ ହୋଇଯାଇଛି। ସେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଭାଷ୍ୟକାର ଥିଲେ। ୮୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପୁଅ ରଞ୍ଜିତ କର ସୂଚନା ଦେଇଛନ୍ତି।
ସେ ଶିକ୍ଷା ଓ ସାହିତ୍ୟ କ୍ଷେତ୍ର ପାଇଁ ୨୦୨୧ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।
ଏଥିସହିତ ସେ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରାରେ ଅଧିକ ସମୟ ପର୍ଯ୍ୟନ୍ତ କମେଣ୍ଟ୍ରି କରିବାରେ ରେକର୍ଡ କରିଛନ୍ତି। ସେ କଟକର ମାହାଙ୍ଗାରେ ୧୯୩୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ।