ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ପରଲୋକ

କଟକ,ଏନ୍ଏନ୍ଏସ୍: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ଘଟିଛି। କଟକ କୋଭିଡ ହସ୍ପିଟାଲରେ ଅପରାହ୍ନ ୪ଟା ୧୫ ମିନିଟରେ ପ୍ରକାଶ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କରୋନାରେ ଆକ୍ରାନ୍ତ ହୋଇ ୨୦ ଦିନ ତଳୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।