ଭାରସାମ୍ୟ ହରାଇ ଓଲଟିଲା ପିଏସି ଟ୍ରକ୍, ୧୫ରୁ ଅଧିକ ଯବାନ ଆହତ

ବାଗପତ,ଏଜେନ୍ସି: ବାଗପତର ପୂର୍ବ ପେରିଫେରଲ ଏକ୍ସପ୍ରେସୱେରେ ଥିବା କାଠ ଗାଁ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗାଜିଆବାଦର ୪୭ ବାଟାଲିୟନକୁ ଯାଉଥିବା ଏକ ପିଏସି ଟ୍ରକ୍ ଭାରସାମ୍ୟ ହରାଇ ପେରିଫେରଲ ଉପରେ ଓଲଟିପଡିଥିଲା। ଫଳରେ ୧୫ରୁ ଅଧିକ ଯବାନ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ୧୨ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଟ୍ରକରେ ରଖାଯାଇଥିବା ଯବାନଙ୍କ ସବୁ ସାମଗ୍ରୀ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଆହତ ଯବାନମାନେ ବାଗପତ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହତ ହୋଇଥିବା ଯବାନଙ୍କ ମଧ୍ୟରେ ଜିତେନ୍ଦ୍ର ମୀନା, ମନୋଜ କୁମାର, ଅବଦାର ଅହମ୍ମଦ, ରତ୍ନ ଲାଲ, ରାକେଶ, ମୁକେଶ, ମୋହିତ, ସୁମିତ, ସତ୍ୟନ୍ଦ୍ରପାଲ, ଶିବକାନ୍ତ, ୟୁସୁଫ ଖାନ, ଅମନ କୁମାର, ରବି, ଭୁପେନ୍ଦ୍ର, ସଞ୍ଜୟ କୁମାରଙ୍କ ସମେତ ଅନେକ ଯବାନ ଆହତ ହୋଇଛନ୍ତି ।