ପି.କେ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର। ସେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଥିଲେ। ତେବେ ପୂର୍ବରୁ ସଚିବ ଥିବା ନ୍ରିପେନ୍ଦ୍ର ମିଶ୍ରଙ୍କ ଅବସରପରେ ପିକେ ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି।

ସମ୍ବଲପୁରରେ ଜନ୍ମିତ ଶ୍ରୀ ମିଶ୍ର ୧୯୭୨ ବ୍ୟାଚ୍‌ର ଗୁଜୁରାଟ କ୍ୟାଡର ଆଇଏଏସ୍‍ ଥିଲେ। ସେ ପୂର୍ବରୁ ୨୦୦୬– ୮ ପର୍ଯ୍ୟନ୍ତ କେନ୍ଦ୍ର କୃଷି ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ୨୦୦୮– ୩ ପର୍ଯ୍ୟନ୍ତ ଗୁଜୁରାଟ ବିଦ୍ୟୁତ୍ ନିୟାମକ ଆୟୋଗର ଅଧ୍ୟକ୍ଷ ଥିଲେ।