ଆଇଏନ୍ଏକ୍ସ ମିଡିଆ କେସ୍: ୨ସେପ୍ଟେମ୍ବର ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ,୩୦ା୮: ଆଇଏନ୍ଏକ୍ସ ମିଡିଆ ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଆଜି କୋର୍ଟକୁ ନିଆଯାଇଥିବାବେଳେ ସିବିଆଇ ଅଉ ୫ଦିନ ରିମାଣ୍ଡରେ ରଖିବାକୁ ଅନୁମତି ମାଗିଛି। ଏହି ପରିପ୍ରେକ୍ଷୀରେ ଜଜ୍ ତାଙ୍କୁ କେତେ ସମୟ ପଚରାଉଚୁରା କରୁଛ ବୋଲି ପଚାରିଥିଲେ। ତେବେ ସିବିଆଇ ଉତ୍ତରରେ ଆମେ ତାଙ୍କୁ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ପଚରାଉଚୁରା କରୁଛୁ ବୋଲି କହିଥିଲେ। ଏଥିରେ ଜଜ୍ ଏଥିରେ ନିରାଶ ହୋଇ ସିବିଆଇକୁ ଆଉ ୫ଦିନର ସମୟ ଦେଇଥିଲେ।