ଇଡିରୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଚିଦମ୍ବରମ୍‌

ନୂଆଦିଲ୍ଲୀ,ଏଜେନ୍ସି: ଆଇଏନ୍‌ଏକ୍ସ ମିଡିଆ ଆର୍ଥ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଇଡ଼ିରୁ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏ ନେଇ ସିବିଆଇ ଦାଏର କରିଥିବା ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଚିଦମ୍ବରଙ୍କୁ ସୁପ୍ରିମ୍‌ କୋର୍ଟ ଜାମିନ ମଞ୍ଜୁର କରିଥିବା ଜଣାପଡ଼ିଛି। ଗିରଫ ହେବାର ପ୍ରାୟ ୨ମାସ ପରେ ଚିଦମ୍ବରମ୍‌ଙ୍କୁ ସୁପ୍ରିମ୍‌ କୋର୍ଟରୁ ଆଶ୍ୱସ୍ତି ମିଳିଛି।

ଏହି ମାମଲାରେ ଚିଦମ୍ବରମ୍‌ଙ୍କୁ ଜାମିନ ଦେବାକୁ ମନା କରି ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୩୦ ତାରିଖ ଦିନ ରାୟ ଶୁଣାଇଥିବା ରାୟକୁ ଜଷ୍ଟିସ୍‌ ଆର୍‌ ବାନୁମତୀ ଖାରଜ କରିଥିଲେ। ତଦନ୍ତକାରୀ ଅଧିକାରୀ ଯେତେବେଳେ ଏବଂ ଯେଉଁଠାକୁ ଡାକିବେ ଚିଦମ୍ବରମ୍‌ ହାଜର ହେବେ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ସମ୍ପ୍ରତି ପ୍ରବର୍ତ୍ତନ ନିର୍ଦେଶାଳୟ ହାଜତରେ ଥିବାରୁ ଚିଦମ୍ବରଙ୍କ ଜେଲ୍‌ ରହଣି ପୂର୍ବବତ୍‌ ବଳବତ୍ତର ରହିଛି।