ଶସ୍ତା ହେଲା ଅକ୍ସିମିଟର ସମେତ ୫ ମେଡ଼ିକାଲ ଉପକରଣ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଅକ୍ସିମିଟର ସମେତ ୫ଟି ମେଡ଼ିକାଲ ଉପକରଣର ମୂଲ୍ୟ ବୃଦ୍ଧି ପାଇଥିଲା। ଏହି ମାମଲାରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ଆଜି ପଲ୍ସ ଅକ୍ସିମିଟର, ବ୍ଲଡ ପ୍ରେସର ମାପିବା ଯନ୍ତ୍ର ସମେତ ୫ଟି ଉପକରଣର ମୂଲ୍ୟ ହ୍ରାସ କରିବାର ନିଷ୍ପତ୍ତି ନେଇଛନ୍ତି। ଚିକିତ୍ସା ଉପକରଣ ଉପରେ ବାଣିଜ୍ୟ ଲାଭ ୭୦ ପ୍ରତିଶତ ରଖିବାକୁ କୁହାଯାଇଛି। ଫଳରେ ୬୨୦ଟି ବ୍ରାଣ୍ଡର ଦର ହ୍ରାସ ପାଇଛି।

ରାଷ୍ଟ୍ରୀୟ ଡ୍ରଗ୍ ମୂଲ୍ୟ ପ୍ରାଧିକରଣ ପକ୍ଷରୁ ୫ଟି ଚିକିତ୍ସା ଉପକରଣ ଉପରେ ବାଣିଜ୍ୟ ଲାଭ ସୀମିତ ରଖାଯାଇଛି। ଏହି ୫ଟି ଉପକରଣ ହେଉଛି ପଲ୍ସ ଅକ୍ସିମିଟର, ବ୍ଲଡ ପ୍ରେସର ମାପିବା ଯନ୍ତ୍ର, ନେବ୍ୟୁଲାଇଜର, ଡିଜିଟାଲ ଥର୍ମୋମିଟର ଓ ଗ୍ଲୁକୋ ମିଟର। ଏହି ନୂତନ ମୂଲ୍ୟ ଜୁଲାଇ ୨୦ ପର୍ଯ୍ୟନ୍ତ ଦେଶରେ ଲାଗୁ ରହିବ।