ବ୍ରିଟେନରୁ ଆସିଲା ୪୫୦ ଅକ୍ସିଜେନ ସିଲିଣ୍ଡର

ଚେନ୍ନାଇ,ଏଜେନ୍ସି: ବ୍ରିଟେନରୁ ୪୫୦ ଅକ୍ସିଜେନ ସିଲିଣ୍ଡର ନେଇ ଭାରତୀୟ ବାୟୁସେନାର ଏକ ପରିବହନ ବିମାନ ମଙ୍ଗଳବାର ଚେନ୍ନାଇରେ ଅବତରଣ କରିଛି। ପ୍ରତ୍ୟେକ ସିଲିଣ୍ଡରରେ ୪୬.୬ ଲିଟର ଅକ୍ସିଜେନ ରହିଥିବା ଜଣାପଡିଛି। ଦିନେ ଦୁଇ ଦିନ ମଧ୍ୟରେ ଭାରତକୁ ଆଉ ୧୦୦୦ ଭେଣ୍ଟିଲେଟର ପଠାଇବ ବୋଲି ବ୍ରିଟେନ ଘୋଷଣା କରିଛି। ଭାରତୀୟ ବାୟୁସେନା ଇତିମଧ୍ୟରେ ବିଭିନ୍ନ ବିଦେଶୀ ରାଷ୍ଟ୍ରରୁ ୫୪ କ୍ରାୟୋଜେନିକ୍ କଣ୍ଟେନର ଓ ୯୦୦ ଅକ୍ସିଜେନ ସିଲିଣ୍ଡର ପରିବହନ କରିସାରିଥିବା କୁହାଯାଇଛି।