ଆମ ଆଦମୀ ପାର୍ଟି ତରଫରୁ ଅକ୍ସିଜେନ ଯାଂଚ

ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଗୁରୁବାର ଆମ ଆଦମୀ ପାର୍ଟି ପକ୍ଷରୁ ପୁରୁଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜନସାଧାରଣଙ୍କ ଅମ୍ଳଜାନ ଲେବଲ ଯାଂଚ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣ ନିଜର ଅମ୍ଳଜାନ କ୍ଷମତା କେତେ ରହିଛି ଜାଣିବା ସହ ନିଜକୁ କରୋନା ସଂକ୍ରମଣରୁ ରକ୍ଷା କରିପାରିବେ। ଏତଦବ୍ୟତୀତ ଜନସାଧାରଣଙ୍କୁ ଲିଫଲେଟ୍ ମାଧ୍ୟମରେ ସଚେତନ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ଅଂଚଳରେ ଅକ୍ସିଜେନ ଯାଂଚ କରାଯିବ ବୋଲି ଆମ ଆଦମୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି। ଆପର ଆବାହକ ଭବାନୀ ପ୍ରସାଦ ସାହୁ ଏବଂ ଅଭିତାବ ପାତ୍ରଙ୍କ ପରିଚାଳନାରେ ଅସିତ ସାହୁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।