ଅକ୍ସିଜେନ ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ଆଖିବୁଜିଲେ ୭ କରୋନା ରୋଗୀ

ହାଇଦ୍ରାବାଦ, ଏଜେନ୍ସି: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଅକ୍ସିଜେନର ଗୁରୁତର ସଙ୍କଟ ଦେଖାଦେଇଛି। ଏଥିଯୋଗୁଁ ବହୁ କରୋନା ରୋଗୀଙ୍କ ପ୍ରାଣହାନୀ ଘଟୁଛି। ତେବେ ଅକ୍ସିଜେନ ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲିଯିବାରୁ ୭ କରୋନା ରୋଗୀ ଅକାଳରେ ଆଖିବୁଜିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ହାଇଦ୍ରାବାଦର କିଙ୍ଗକୋଟି ସରକାରୀ ହସ୍ପିଟାଲରେ। ସୂଚନା ଅନୁଯାୟୀ ଏହି ହସ୍ପିଟାଲରେ ଅକ୍ସିଜେନ ଅଭାବ ଥିବାରୁ ଏକ ଟ୍ୟାଙ୍କର ଅକ୍ସିଜେନ ନେଇ ହସ୍ପିଟାଲ ଅଭିମୁଖେ ଆସୁଥିଲା। ମାତ୍ର ଟ୍ୟାଙ୍କର ଡ୍ରାଇଭର ରାସ୍ତା ଭୁଲି ଯାଇଥିଲା। ହାଇଦ୍ରାବାଦର ନାରାୟଣଗୁଡ଼ା ପୁଲିସ ବହୁ କଷ୍ଟରେ ଅକ୍ସିଜେନ ଟ୍ୟାଙ୍କରକୁ ଖୋଜି ବାହାର କରିଥିଲା। ମାତ୍ର ସେତେବେଳକୁ ସାତଜଣ କରୋନା ରୋଗୀ ଅକ୍ସିଜେନ ଅଭାବରେ ପ୍ରାଣ ହରାଇ ସାରିଥିଲେ।