ଫିରିଙ୍ଗିଆ,ଏନ୍ଏନ୍ଏସ୍: ଦୀର୍ଘଦିନ ହେବ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ କର୍ମଚାରୀ ଭାବରେ କାର୍ଯ୍ୟ କରି ଆସୁଥିବା କର୍ମଚାରୀଙ୍କ ସମସ୍ୟା ସରକାର ସମାଧାନ ନକରି ଠିକା ସଂସ୍ଥା ଉପରେ ଟେକି ଦେଉଛନ୍ତି । ଫଳରେ କର୍ମଚାରୀମାନେ ବିଭିନ୍ନ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଫିରିଙ୍ଗିଆ ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ସମାନ କାମକୁ ସମାନ ଦରମା, ଆଉଟସୋର୍ସିଂ ଉଚ୍ଛେଦ ସହ ବିଭିନ୍ନ ସମସ୍ୟାକୁ ନେଇ ଶାନ୍ତିପୂର୍ଣ୍ଣ ଭାବରେ ଆଜିଠାରୁ ୧୮ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆସନ୍ତା ୧୯ ତାରିଖରୁ ଭୁବନେଶ୍ୱରରେ ଏକ ବିରାଟ ସମ୍ମିଳନୀ ଓ ୨୫ ତାରିଖରେ ଗଣ ଧାରଣା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।