ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ ସହ ଜାରି ରହିଥିବା ସଂଘର୍ଷ ମଧ୍ୟରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ ଏକ ବଡ଼ ବୟାନ ଦେଇଛନ୍ତି। ନରବାଣେ କହିଛନ୍ତି କି, ସୀମାରେ ସ୍ଥିତି ଚିନ୍ତାଜନକ ରହିଛି, କିନ୍ତୁ ଏହାକୁ ମୁକାବିଲା କରିବା ପାଇଁ ସେନା ସମ୍ପୂର୍ଣ୍ଣରୂପେ ପ୍ରସ୍ତୁତ ରହିଛି। ଗତ ୩ ମାସରୁ ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ଯବାନଙ୍କ ମନୋବଳ ସୁଦୃଢ଼ ରହିଛି। ସୁରକ୍ଷା ଦୃଷ୍ଟିରୁ ଆମେ କିଛି ପଦକ୍ଷେପ ଗ୍ରହଣ କରିଛୁ।
ନରବାଣେ ଆହୁରି କହିଛନ୍ତି କି, ଭାରତୀୟ ସେନାର ଅଧିକାରୀ ଓ ସୈନିକ ସମଗ୍ର ବିଶ୍ୱରେ ସବୁଠୁ ଭଲ। ଆଉ ସେମାନେ ତାଙ୍କ ସେବା ଦ୍ୱାରା ସେନା ସହ ଦେଶକୁ ଗୌରବାନ୍ୱିତ କରିବେ। ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ସୈନିକ ଓ ରାଜନୈତିକ ସ୍ତରରେ ଲଗାତାର ଭାବେ ଚୀନ ସହ ଆଲୋଚନା ଜାରି ରହିଛି।
ସୂଚନାଯୋଗ୍ୟ, ନରବାଣେ ଲେହ ସ୍ଥିତିକୁ ସମୀକ୍ଷା କରିବା ପାଇଁ ଲଦାଖ ଗସ୍ତ କରିଛନ୍ତି। ଏହି ଅବସରରେ ସେ ଫୀଲ୍ଡ କମାଣ୍ଡରଙ୍କ ସହ ସୈନିକ ମୁତୟନ ଓ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିବେ। ନରବାଣେଙ୍କ ଏହି ଗସ୍ତ ପୂର୍ବରୁ ବୁଧବାର ବାୟୁସେନା ମୁଖ୍ୟ ଆର କେ ଏସ୍ ଭଦୋରିୟା ପୂର୍ବ କମାନ ଗସ୍ତ କରିଥିଲେ।