ରିମାଣ୍ଡରେ ଗଲେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ଓଟିଭିର ଚିଫ ଫାଇନାନ୍ସ ଅଫିସର ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗତକାଲି ଗିରଫ ପରେ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଅଧିକ ଦିନ ରିମାଣ୍ଡ ମାଗିଥିଲେ ବି କୋର୍ଟ ମାତ୍ର ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଇଓଡବ୍ଲ୍ୟୁର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସାରୁଅରେ ଜମି କିଣାବିକା ମାମଲାରେ ମନୋରଞ୍ଜନଙ୍କୁ ଗତକାଲି ଗିରଫ କରାଯାଇଥିଲା।