ସାରଥି ସହଯୋଗୀଙ୍କ ଆଉ ୩ ପ୍ଲଟ୍‌କୁ ଜବତ କଲା ଇଡ଼ି

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ସାରଥି ଓରଫ ସନ୍ତୋଷ ରାଉଳଙ୍କ ବାରିମୂଳ ଆଶ୍ରମ ଓ ସତ୍ୟମ୍‍ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟଙ୍କ ନାମରେ ଥିବା ଆଉ ୩ଟି ପ୍ଲଟ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜବତ କରାଯାଇଛି। ଗରାପୁର ମୌଜାରେ ଥିବା ଏହି ପ୍ଲଟଗୁଡିକୁ ଇଡି ନିଜ ଅକ୍ତିଆରକୁ ନେଇଛି। ଏ ସମ୍ପର୍କରେ ୩ଟି ସୂଚନା ଫଳକ ସମ୍ପୃକ୍ତ ଜମି ଉପରେ ଲଗାଯାଇଛି।

୫ ମାସ ତଳେ ବାରିମୂଳ ଆଶ୍ରମରେ ନୋଟିସ ଦିଆଯାଇ ଆଶ୍ରମ ପରିସରରେ ଥିବା କୌଣସି ପ୍ଲଟରେ କୌଣସିବ୍ୟକ୍ତି ଅନଧିକାର ପ୍ରବେଶ କରିପାରିବେ ନାହିଁ, ଦଖଲ କିମ୍ବା କିଣାବିକା କରିପାରିବେ ନାହିଁ ବୋଲି ତାଗିଦ୍‌ କରାଯାଇଛି। ଏହି ୩ଟି ପ୍ଲଟକୁ ଇଡି ନିଜ ଦଖଲକୁ ନେବା ପରେ ସାରଥି ଆଶ୍ରମ ଏବଂ ଆଶ୍ରମ ପାଖରେ ଥିବା ମୋଟ ପ୍ଲଟ୍‌ସଂଖ୍ୟା ୨୯ରେ ପହଞ୍ଚିଛି।