ଓସ୍କାର-୨୦୨୨: ବାଦ୍ ପଡ଼ିଲା ଭାରତ ‘ରାଇଟିଂ ୱିଥ୍ ଫାୟର’, ଏହାକୁ ମିଳିଲା ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଆୱାର୍ଡ

ନୂଆଦିଲ୍ଲୀ,ଏଜେନ୍ସି: ୯୪ତମ ଅକାଦମି ପୁରସ୍କାର/ଓସ୍କାରର ଆୟୋଜନ ରବିବାର (ମାର୍ଚ୍ଚ ୨୭)ରେ କାଲିଫୋର୍ନିଆସ୍ଥିତ ଲସ୍ ଆଞ୍ଜେଲେସର ଡଲବୀ ଥିଏଟରରେ ଆୟୋଜନ କରାଯାଇଛି। ମନୋରଂଜନର ଶିଳ୍ପର ସବୁଠାରୁ ପ୍ରତିଷ୍ଠିତ ପୁରସ୍କାର ଶୋ’ ଓସ୍କାର ଆୱାର୍ଡ ଆରମ୍ଭ ହୋଇଯାଇଛି। ବିଶ୍ୱର ଶ୍ରେଷ୍ଠ ଫିଳ୍ମ କଳାକାରଙ୍କୁ ନେଇ ଏହି ସମାରୋହ ଜାରି ଥିବା ବେଳେ ଗୋଟିଏ ପରେ ଗୋଟିଏ ପୁରସ୍କାର ଘୋଷଣା କରାଯାଉଛି।

ଏହାରି ମଧ୍ୟରେ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଭାରତର ‘ରାଇଟିଂ ୱିଥ ଫାୟର’ ଚଳଚ୍ଚିତ୍ର ଓସ୍କାର ପୁରସ୍କାରରୁ ବାଦ୍ ପଡ଼ିଛି। ଓସ୍କାର କମିଟି ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଭାବେ ‘ସମର ଅଫ୍ ସୋଲ’କୁ ବିବେଚନା କରିଛନ୍ତି। ତେବେ ଭାରତର ଚଳଚ୍ଚିତ୍ର ରାଇଟିଂ ୱିଥ୍ ଫାୟର ଓସ୍କାର ପାଇଁ ମନୋନୀତ ହେବା ମଧ୍ୟ ବହୁତ ବଡ଼ କଥା।

ଡୁନେ୍ ଫିଲ୍ମ ୯୪ତମ ଓସ୍କାର ଆୱାର୍ଡରେ ନିଜର ପ୍ରତିଷ୍ଠା ରଖିପାରିଛି। ଏହି ଫିଲ୍ମକୁ ସେନେମାଟୋଗ୍ରାଫି ଓ ଶ୍ରେଷ୍ଠ ଶବ୍ଦ ବର୍ଗରେ ପୁରସ୍କାର ମିଳିଛି। ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ‘ଦ କୁଇନ୍ ଅଫ ବାସକେଟବଲ’କୁ ମିଳିଛି। ୱେଷ୍ଟ ସାଇଡ୍ ଷ୍ଟୋରି ପାଇଁ ଆରିଆନା ଡେବୋସ୍‌ଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ମିଳିଛି। ଏହି ତାଲିକାରେ ମୋଟ ୫ ଜଣ ଅଭିନେତ୍ରୀ ଥିଲେ।