ନଭେମ୍ବର ୫ରୁ +୨ ଅପସନାଲ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୦-୨୧ ଯୁକ୍ତ ଦୁଇ ଅପସନାଲ ପରୀକ୍ଷା ଆସନ୍ତା ୫ତାରିଖରୁ ଆରମ୍ଭ ହେବ। ଏହି ପରୀକ୍ଷା ୭ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ପ୍ରତ୍ୟେକ କଲେଜର ହବ୍ କେନ୍ଦ୍ରରେ କେବଳ ପରୀକ୍ଷା ଅନୁଷ୍ଠିତ ହେବ। ଦୈନିକ ୩ଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ୨ୟ ସିଟିଂ ପରୀକ୍ଷା ୧୦ଟାରୁ ୧୧ଟା ୩୦ ଏବଂ ୩ୟ ସିଟିଂ ପରୀକ୍ଷା ୧୧ଟା୫୦ରୁ ୧.୨୦ ପର୍ଯ୍ୟନ୍ତ ଚାଲିବ।  ଏହି ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ୨୭ତାରିଖରୁ ଆଡମିଟ କାର୍ଡ ପ୍ରଦାନ କରାଯିବ। କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ପରୀକ୍ଷା ପରିଚାଳନା କରାଯିବ।
ତେବେ ଅପସନାଲ ପରୀକ୍ଷା ପ୍ରଥମ ଥର ଲାଗି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ କେବେ ଏପରି ପରୀକ୍ଷା +୨ସ୍ତରରେ କରାଯାଇ ନାହିଁ। ପୂର୍ବରୁ +୨ ପରୀକ୍ଷା ପରେ ଏକ୍ସରେଗୁଲାର କିମ୍ବା ଇନଷ୍ଟାଣ୍ଟ ପରୀକ୍ଷା ହୋଇଥାଏ। ଚଳିତବର୍ଷ +୨ ପରୀକ୍ଷା ମାର୍ଚ୍ଚ ୨୮ତାରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ମାତ୍ର ମାର୍ଚ୍ଚ ୨୧ରୁ କରୋନା ଲାଗି ଲକ୍ଡାଉନ୍ ଜାରି ହେବା ପରେ ମାର୍ଚ୍ଚ ୨୩ରୁ ୨୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ପରୀକ୍ଷାଗୁଡିକୁ ବାତିଲ କରାଯାଇଥିଲା। ସିବିଏସଇ ଢ଼ାଞ୍ଚାରେ ମାକିଂ କରାଯାଇ ପିଲାଙ୍କର ରେଜଲ୍ଟ ପ୍ରକାଶ କରାଯାଇଥିଲା। ମାତ୍ର ଏହି ବ୍ୟବସ୍ଥାରେ କିଛି ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଥିଲେ। ଯଦି ବାତିଲ ପରୀକ୍ଷା ହୋଇଥାନ୍ତା ତେବେ ଅଧିକ ମାର୍କ ମିଳିବାର ସମ୍ଭାବନା ଥିବା ପିଲାମାନେ ଅଭିଯୋଗ କରିଥିଲେ। ତେଣୁ ପୁନଃର୍ବାର ବାତିଲ ପରୀକ୍ଷା କରିବା ବ୍ୟବସ୍ଥାକୁ ଅପସନାଲ ପରୀକ୍ଷା ବୋଲି କୁହାଯାଉଛି। ଏହି ପରୀକ୍ଷା ସବୁ ଛାତ୍ରଛାତ୍ରୀ ଦେବା ବାଧ୍ୟତାମୂଳକ ନୁହେଁ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସମ୍ପୃକ୍ତ ପିଲାମାନେ ଏହି ପରୀକ୍ଷା ଦେଇପାରିବେ।