ଓପୋ ଏଫ-୧୫ ନୂତନ ସଂସ୍କରଣର ବଜାର ପ୍ରବେଶ

ନୂଆଦିଲ୍ଲୀ,ଏଜେନ୍ସି: ଅନ୍ତର୍ଜାତୀୟ ସ୍ମାର୍ଟଫୋନ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ସବୁଠାରୁ ଚାହିଦାପୂର୍ଣ୍ଣ ଏଫ୍ ସିରିଜ୍ ସ୍ମାର୍ଟଫୋନରେ ଆଉ ଏକ ନୂତନ ସଂସ୍କରଣ ଯୋଡି ହୋଇଛି। ଓପୋ ଏଫ-୧୫ର ନୂତନ ସଂସ୍କରଣ ୪ ଜିବି ଓ ୧୨୮ ଜିବି ଭାରିଆଣ୍ଟରେ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନଟି ପ୍ରିମିୟମ ଡିଜାଇନ୍ ଓ ଅତୁଳନୀୟ ପ୍ରଦର୍ଶନର ଏକ ଉପଯୁକ୍ତ ସମ୍ମିଶ୍ରଣ। ଏହା ଗ୍ରାହକଙ୍କ ଦୈନିକ ବ୍ୟବହାର ଚହିଦାକୁ ପୂରଣ କରିବା ସହିତ ସେମାନଙ୍କ ମନୋରଞ୍ଜନ ଦିଗ ପାଇଁ ଆବଶ୍ୟକ ରହିଥିବା ସମସ୍ତ ସୁବିଧା ଉପଲବ୍ଧ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଓପୋ ଏଫ-୧୫ର ଓଜନ ମାତ୍ର ୧୭୨ଗ୍ରାମ ରହିଥିବା ବେଳେ ମୋଟେଇ ୭.୯ ଏମ୍ଏମ୍ ରହିଛି। ସେହିପରି ମୋବାଇଲର ବ୍ୟାକ୍ ସାଇଡ କ୍ୟାମେରା (୪୮+୮+୨+୨) ମେଗା ପିକ୍ସଲ ଓ ଫ୍ରଣ୍ଟ କ୍ୟାମେରା ୧୬ ମେଗା ପିକ୍ସଲ ରହିଛି। ୪୦୦୦ ଏମଏଚର ବ୍ୟାଟେରି ରହିଛି। ତେବେ ଏହାର ମୂଲ୍ୟ ୧୬ ହଜାର ୯୯୦ ଟଙ୍କା ରହିଛି। ଏହାର ଆକର୍ଷଣୀୟ ଫିଚର୍ ଓ ଟ୍ରେଣ୍ଡି ଡିଜାଇନ୍ ଏହାକୁ ସର୍ବାଧିକ ଚାହିଦାପୂର୍ଣ୍ଣ ସ୍ମାର୍ଟଫୋନ୍ ଭାବେ ଗ୍ରାହକ ମହଲରେ ଆଦୃତ କରିପାରିଛି ବୋଲି କମ୍ପାନୀ କହିଛି।