ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ: ସିବିଡ଼ିଟି

ନୂଆଦିଲ୍ଲୀ,ଏଜେନ୍ସି: ଏଣିକି ଅନଲାଇନରେ ପଇଠ କରି ହେବ ଟ୍ୟାକ୍ସ । ଏନେଇ ଉନ୍ନତ ଇ-ଫାଇଲିଂ ୱେବସାଇଟରେ ଏକ ମୋବାଇଲ ଆପ୍ ଏବଂ ନୂତନ ଅନଲାଇନ ଟ୍ୟାକ୍ସ ପେମେଣ୍ଟ ସିଷ୍ଟମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଜୁନ ୧୮ ତାରିଖରୁ ଏହି ୱେବସାଇଟ ସକ୍ରିୟ ହେବ। ଶନିବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡ଼ିଟି) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ନୂତନ ଇ-ଫାଇଲିଂ ଲିଙ୍କ — www.incometax.gov.in ଜୁନ ୭ରୁ www.incometaxindiaefiling.gov.inକୁ ପରିବର୍ତ୍ତିତ ହେବ। ତେବେ ସିବିଡ଼ିଟି ସ୍ପଷ୍ଟ କରିଛି ଯେ ଟ୍ୟାକ୍ସଦାତାଙ୍କ କୌଣସି ପ୍ରକାର ଅସୁବିଧା ଏଡାଇବାକୁ ଟ୍ୟାକ୍ସ କିସ୍ତି ପଇଠ ତାରିଖ ପୂର୍ବରୁ ଚଳିତ ମାସ ୧୮ ତାରିଖରୁ ନୂତନ ଅନଲାଇନ ଟ୍ୟାକ୍ସ ଦେୟ ବ୍ୟବସ୍ଥା ଆରମ୍ଭ ହେବ।

ଏହା ପୂର୍ବରୁ କୁହାଯାଇଥିଲା ଯେ ଉକ୍ତ ୱେବସାଇଟ ଦ୍ୱାରା ଯେକୌଣସି ବ୍ୟାଙ୍କରେ ଟ୍ୟାକ୍ସଦାତାଙ୍କ ଯେକୌଣସି ଆକାଉଣ୍ଟରୁ ନେଟ୍ ବ୍ୟାଙ୍କିଂ, ୟୁପିଆଇ, କ୍ରେଡିଟ କାର୍ଡ ଏବଂ ଆରଟିଜିଏସ୍/ଏନଇଏଫଟି ବ୍ୟବହାର କରି ଏକାଧିକ ନୂତନ ଦେୟ ବିକଳ୍ପ ମାଧ୍ୟମରେ ଅନଲାଇନ ଟ୍ୟାକ୍ସ ପେମେଣ୍ଟ କାର୍ଯ୍ୟକ୍ଷମ ହୋଇପାରିବ। ଏଥିସହ ପୋର୍ଟାଲର ଲଞ୍ଚ ପରେ ଟ୍ୟାକ୍ସଦାତାମାନଙ୍କୁ ଏହାର ଫିଚର ସହ ପରିଚିତ କରାଇବାକୁ ମୋବାଇଲ ଆପ ମଧ୍ୟ ରିଲିଜ୍ କରାଯିବ ବୋଲି ସିବିଡ଼ିଟି ଜଣାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଫ୍ରେମ ପଲିସି ଆୟକର ବିଭାଗ ଏବଂ ଇ-ଫାଇଲିଂ ୱେବସାଇଟ ପାଇଁ ଟିକସଦାତାଙ୍କ ଦ୍ୱାରା ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବା ସହ ଅନ୍ୟାନ୍ୟ କାରବାର ପାଇଁ ବ୍ୟବହୃତ ହୁଏ।