ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ଆଉ ସାର୍‌ମାନେ ଠକି ପାରିବେ ନାହିଁ। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ ରାଜ୍ୟର ୧୦୦ଟି ସ୍କୁଲକୁ ‘ସ୍କୁଲ ଅଫ୍‌ ଏକ୍ସଲେନ୍ସ’ ଭାବେ ଚିହ୍ନଟ କରାଯିବ। ଉକ୍ତ ୧୦୦ଟି ସ୍କୁଲରେ ସ୍ପୋକନ ଇଂଲିଶ ସହ ଅନ୍ୟ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏହାସହ ନୂଆ ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛି ଗଣଶିକ୍ଷା ବିଭାଗ। ନୂଆ ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ ନମ୍ବର- ୧୪୪୧୭୧ ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।