ରାଜନଗରରେ ଅସ୍ଥାୟୀ ପିଆଜ ଦୋକାନ ଖୋଲିଲା କଂଗ୍ରେସ : କିଲୋ ପିଛା ୪୦

ପାଟଣା,ଏନ୍ଏନ୍ଏସ୍ : ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦ ରେ କେନ୍ଦୁଝର ଜିଲ୍ଲା ପାଟଣା କଂଗ୍ରେସ ତରଫରୁ ରାଜନଗର ଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କାରେ ବିକ୍ରି କରିଛନ୍ତି କଂଗ୍ରେସକର୍ମୀ। କିନ୍ତୁ ପ୍ରତେକ ଗ୍ରାହକଙ୍କୁ ୨୫୦ ଗ୍ରାମ ଲେଖା ବିକ୍ରି କରାଯାଉଛି । ଜିଲ୍ଲା କଂଗ୍ରେସ କମିଟି ସଭ୍ୟ ଶତ୍ରୁଘ୍ନ ସିଂଙ୍କ ନେତୃତ୍ୱରେ ରାଜନଗର ଠାରେ ଅସ୍ଥାୟୀଭାବେ ପିଆଜ ଦୋକାନ ଖୋଲାଯାଇଛି । ୧୦୦ଟଙ୍କା ପିଆଜ କିଲୋ ହୋଇଥିବାରୁ ଏହାର ପ୍ରଭାବ ସିଧାସଳଖ ହାଣ୍ଡି ଶାଳ ଉପରେ ପଡିଛି। ଗରିବ ପରିବାର ହେଉକି ମଧ୍ୟବିତ ପରିବାର ପିଆଜ ଦରର ବୃଦ୍ଧି ସମସ୍ତଙ୍କୁ ପ୍ରଭାବିତ କରିଛି। ଯେପର୍ୟ୍ୟନ୍ତ ପିଆଜ ଦର ନିୟନ୍ତ୍ରଣ ହୋଇନାହିଁ ସେପର୍ୟ୍ୟନ୍ତ ୪୦ ଟଙ୍କା କିଲୋରେ ପିଆଜ ବିକ୍ରି କରିବ କଂଗ୍ରେସ ବୋଲି କହିଛନ୍ତି କଂଗ୍ରେସ କର୍ମୀ ଶତ୍ରୁଘ୍ନ ସିଂ । ସେପଟେ ପିଆଜ କମ ଦାମରେ ମିଳୁଥିବାରୁ ଗ୍ରାହକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।