ପିଆଜ ଦର ୫୦କୁ ଛୁଇଁଲା

ଭୁବନେଶ୍ୱର,ଏନ୍ଏନ୍ଏସ୍:  ଗତ କିଛିଦିନ ଧରି ଅହେତୁକ ଭାବରେ ପିଆଜ ଦର ବଢ଼ି ଚାଲିଥିବାବେଳେ ବର୍ତ୍ତମାନ ଏହା ୫୦କୁଛୁଇଁଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନେକ ସ୍ଥାନରେ ପିଆଜ ଦରରେ ବୃଦ୍ଧି ହୋଇଛି। ଫଳରେ ଚଢ଼ା ଦରରେ  ପିଆଜ କିଣୁଛନ୍ତି ଗ୍ରାହକ। ଏ ନେଇ ସ୍ୱଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ ଓ ଆନ୍ଧ୍ରରେ ବନ୍ୟା ହୋଇଥିବାବେଳେ  ସେଠାରୁ ଆମଦାନୀ କମୁଛି। ଫଳରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ୁଥିବା ବ୍ୟବସାୟୀ କହିଛନ୍ତି। ସେହିପରି ଆଗକୁ ପିଆଜ ଦର  ଆହୁରି ବଢ଼ିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି।