ରାଜଧାନୀରେ ପିଆଜ କିଲୋ ୮୦

ଭୁବନେଶ୍ୱର : ରାଜଧାନୀରେ ପିଆଜ କିଲୋ ୮୦ । ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ । ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ।

ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ ରେଟ୍ କମିଯିବ। ହେଲେ ସ୍ଥିତି ଓଲଟା ହୋଇଛି । ଗାଁ ଗହଳି କଥା ଛାଡନ୍ତୁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ କେତେକ ସ୍ଥାନରେ ପିଆଜ କିଲୋ ୮୦ ଛୁଇଁଲାଣି। ବିକିଲା ବେଳେ ବେପାରୀ ଆହୁରି ଛାନିଆ କରି କହୁଛନ୍ତି, ଆଗକୁ ଦର ଶହେ ଟପିବ ।

୪ ମାସ ତଳେ ପିଆଜ ୨୦ ଟଙ୍କାରେ ବଜାରରେ ହାଉଯାଉ ହେଉଥିଲା । ଏବେ ସେହି ପିଆଜ ୮୦ ଟଙ୍କା ବିକ୍ରିହେଉଛି । ରାଜଧାନୀର ୧ ନମ୍ବର ହାଟ ହେଉ କି କଟକର ଛତ୍ରବଜାର ପିଆଜ କିଲୋ ପ୍ରତି ୫୫ରୁ ୬୦ ଥିଲା । ହେଲେ ଗୁରୁବାର ସୁଧା ଏକାବେଳକେ ୨୦ ଟଙ୍କା ବଢ଼ିଛି। ମହାରାଷ୍ଟ୍ରର ନାସିକ୍ ଓ ଆନ୍ଧ୍ର ପ୍ରଦେଶର କୁର୍ଣ୍ଣୁଲ୍‌ ଏବଂ ଗୁଡୁମରୁ ନୂଆ ପିଆଜ ଆସିଲେ ଯାଇ ରେଟ୍ କମିବ ବୋଲି ବ୍ୟବସାୟୀମାନେ କହୁଛନ୍ତି।