ଓଲଟିଲା ପିଆଜ ବେଝେଇ ଟ୍ରକ, ଲୁଟିନେଲେ ଲୋକେ

ସମ୍ବଲପୁର,ଏନ୍ଏନ୍ଏସ୍: ପିଆଜ ଦର ବୃଦ୍ଧି ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନେଇ ଏବେ ବି ଲୋକେ ଡହଳ ବିକଳ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାରେ ଶୁକ୍ରବାର ଏକ ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି। ଫଳରେ ସେଠାରେ ଲୋକମାନେ ପିଆଜ ଲୁଟି ନେଇଥିବା ଜଣାପଡ଼ିଛି।

ସମ୍ବଲପୁରର ବୁର୍ଲା ପିସି ବ୍ରିଜ ନିକଟରେ ଏକ ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଠାରୁ ଲୁଟ ପିଆଜକୁ ଜବତ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରିଛି।