ବିବାହ ମଣ୍ଡପରେ ପରସ୍ପରକୁ ପିଆଜ ମାଳ ପିନ୍ଧାଇଲେ ବର-ବଧୂ

ବାରଣାସୀ,ଏଜେନ୍ସି: ପିଆଜ ଦର ବୃଦ୍ଧିକୁ ନେଇ ବର୍ତ୍ତମାନ ବିବାହରେ ମଧ୍ୟ ଲୋକମାନେ ଏହାକୁ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ତେବେ ବାହାଘରରେ ବର କନିଆ ବରମାଳ ସ୍ଥାନରେ ପିଆଜ ମାଳ ପରସ୍ପରକୁ ପିନ୍ଧାଇଛନ୍ତି। ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାରାଣସୀରେ ଏକ ବିବାହ ଉତ୍ସବରେ। ଅନ୍ୟପଟେ ବିବାହରେ ସାମିଲ ହୋଇଥିବା ଲୋକେ ନବ ଦମ୍ପତିିଙ୍କୁ ଉପହାର ଆକାରରେ ମଧ୍ୟ ପିଆଜ ଭେଟି ଦେଇଛନ୍ତି।

ସମାଜବାଦୀ ପାର୍ଟିର କମଳ ପଟେଲଙ୍କ କହିବାନୁସାରେ, ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ। ପ୍ରାୟ ମାସେ ହେବ ଏପରି ଅବସ୍ଥା ଲାଗି ରହିଛି। ଅନ୍ୟ ଜଣେ ସମାଜବାଦୀ ପାର୍ଟି ନେତା କହିଛନ୍ତି, ପିଆଜର ବର୍ଦ୍ଧିତ ଦରକୁ ନେଇ ବର-ବଧୂ ଏପରି ପ୍ରତିକାତ୍ମକ ବିରୋଧ କରିଛନ୍ତି। ନିଜର ବିରୋଧ ପ୍ରଦର୍ଶନ ପାଇଁ ଦୁହେଁ ଭିନ୍ନ ଢଙ୍ଗରେ ଏପରି କିଛି କାମ କରିଛନ୍ତି। ନେତାଙ୍କ କହିବାନୁସାରେ, ନବ ଦମ୍ପତିିଙ୍କ ପାଇଁ ଏହା ଏକ ଖାସ୍‍ ଦିନ ଥିଲା ଏବଂ ଏହି ଅବସରରେ ସେମାନେ ପିଆଜ-ରସୁଣର ବର୍ଦ୍ଧିତ ଦରକୁ ନେଇ ଏଭଳି ବିରୋଧ ପ୍ରଦର୍ଶନ କରିଛନ୍ତି।