ଇଂଲଣ୍ଡର ଦିନିକିଆ ବିଶ୍ୱକପ ଫାଇନାଲରେ ସୁପର ଓଭର

ମେଲବର୍ଣ୍ଣ, ଏଜେନ୍ସି: ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପ ଫାଇନାଲରେ ସୁପର ଓଭର ମ୍ୟାଚ ଟାଇ ହେବା ପରେ ଏହି ନିୟମକୁ ନେଇ ଜୋରଦାର ସମାଲୋଚନା ହୋଇଆସୁଛି। ଏହା ଯେପରି ବିଗ୍ବାଶ ଲିଗ ଉପରେ କୌଣସି ପ୍ରଭାବ ନପକାଇବ ସେଥିଲାଗି ଟାଇ ମ୍ୟାଚର ନିୟମରେ ପରିବର୍ତ୍ତନ କରିଛି। ଉଭୟ ପୁରୁଷ ଏବଂ ମହିଳାଙ୍କ ଲାଗି ହେଉଥିବା ବିଗ ବାଶ ଲିଗରେ ମ୍ୟାଚ ଟାଇ ହେଲେ ସୁପର ଓଭର ଖେଳାଯାଉଥିଲା। ସୁପର ଓଭରରେ ଉଭୟ ଦଳ ରନ ସଂଖ୍ୟା ସମାନ ହେଲେ ଯେଉଁ ଦଳ କମ ସଂଖ୍ୟକ ବାଉଣ୍ଡରି ମାରିଥିବ ସେହି ଦଳ ପରାଜିତ ହେଉଥିଲା। ଏଥିରେ କିନ୍ତୁ ବିଗ ବାଶର କର୍ମକର୍ତ୍ତାମାନେ ପରିବର୍ତ୍ତନ ଆଣିଛନ୍ତି। ସୁପରଓଭରରେ ସ୍ପଷ୍ଟ ଫଳାଫଳ ନ ମିଳିବା ପର୍ଯ୍ୟନ୍ତି ଏହା ଚାଲୁ ରହିବ ବୋଲି ନିୟମ ହୋଇଛି। ଏହାର ଅର୍ଥ ଯେ ପର୍ଯ୍ୟନ୍ତ ମ୍ୟାଚର ହାରଜିତ ଫଇସଲା ହୋଇ ନଥିବ ସେ ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ। ଏହି ନିୟମ ନକ ଆଉଟ ମ୍ୟାଚରେ ଲାଗୁ ହେବ। କିନ୍ତୁ ଲିଗ ପର୍ଯ୍ୟାୟ ମ୍ୟାଚରେ ସୁପର ଓଭର ଟାଇ ହେଲେ ଉଭୟ ଦଳ ପଏଣ୍ଟ ଭାଗ କରିବେ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।