ସପ୍ତାହ ତଳେ ଭାରସାମ୍ୟ ହରାଇ ଡ୍ରାଇଭର ସମେତ ଘଟିରେ ପଡ଼ିଥିଲା ଟ୍ରକ, ଗଳିତ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ଜିଲ୍ଲାରାଜ୍ୟ By Nitidin On Dec 14, 2019 Share କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣିରେ ଏକ ମକା ବୋଝେଇ ଟ୍ରକ୍ ସପ୍ତାହକ ତଳେ ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଖସି ଦୁଘର୍ଟଣାଗ୍ରସ୍ତ ହୋଇଥିଲା। ତେବେ ଏହି ସମୟରେ ଟ୍ରକର ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ତେବେ ଘଟଣାଟି ଜଣାପଡ଼ବା ପରେ ପୁଲିସ ଗଳିତ ମୃତ ଦେହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତେବେ ଟ୍ରକଟି ରାତ୍ରି ସମୟରେ ଘାଟି ତଳକୁ ଖସିପଡ଼ିଥିବାରୁ କେହି ଏହାର ଟେର ପାଇନଥିଲେ। ସୂଚନା ଅନୁସାରେ ଗତ ୫ତାରିଖ ରାତ୍ରରେ ଉକ୍ତ ଟ୍ରକରେ ମକା ବୋଝେଇ ହୋଇ ଉମରକୋଟରୁ କଟକକୁ ଯାଉଥିଲା। ଏହି ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଘାଟିକୁ ଖସିପଡ଼ିଥିଲା। ଫଳରେ ଟ୍ରକରେ ଡ୍ରାଇଭର ଜଣଙ୍କ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ମୃତ ଡ୍ରାଇଭର ଜଣଙ୍କ ବୌଦ୍ଧ ହରଭଙ୍ଗାର ହେମନ୍ତ ଭୋକ୍ତା। ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତ ଦେହର ଉଦ୍ଧାର କାର୍ୟ୍ୟ ଜାରି ରଖିଛି। Share