ରାଜ୍ୟସଭା ସଚିବାଳୟରେ କାର୍ଯ୍ୟରତ ଅଧିକାରୀ କରୋନା ପଜିଟିଭ

ନୂଆଦିଲ୍ଲୀ: ରାଜ୍ୟସଭା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂତ୍ର ଅନୁସାରେ, ସମ୍ପୃକ୍ତ ଅଧିକାରୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ମଧ୍ୟ ସଂକ୍ରମିତ ହୋଇଛନ୍ତି। ସଂସଦୀୟ ପରିସରରେ କୋଭିଡ ସଂକ୍ରମଣର ଏହା ହେଉଛି ଚତୁର୍ଥ ମାମଲା।

ସୂଚନାଯୋଗ୍ୟ ଯେ, ଉକ୍ତ ଅଧିକାରୀ ଜଣକ ମେ’ ୨୮ରେ ସଚିବାଳୟ ଆସିଥିଲେ। ସେଥିପାଇଁ ସଂସଦୀୟ ସୌଧ ଭବନର ଦୁଇ ମହଲାକୁ ସିଲ୍ କରି ଦିଆଯାଇଛି। ଏହି ଭବନରେ କାର୍ଯ୍ୟରତ କୌଣସି ଅଧିକାରୀ ସଂକ୍ରମିତ ହେବାର ଏହା ହେଉଛି ଦ୍ୱିତୀୟ ମାମାଲା। ଏହାପୂର୍ବରୁ ସମ୍ପାଦକୀୟ ଏବଂ ଅନୁବାଦ ସେବା ବିଭାଗରେ କାର୍ଯ୍ୟରତ ଲୋକସେବା ସଚିବାଳୟର ଜଣେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।