ରାଜଧାନୀରୁ ଆଜି ଜଣେ କରୋନା ଆକ୍ରାନ୍ତ, ୭ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୭ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ହେଲେ ଚନ୍ଦ୍ରଶେଖରପୁର ନିଳାଦ୍ରି ବିହାର ଅଂଚଳର ଜଣେ ୭୯ ବର୍ଷୀୟ ବୃଦ୍ଧ। ସେ ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ ଓ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସେହିପରି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ରିଷ୍ଣା ବିହାରର ଜଣେ ୪ ବର୍ଷର ଶିଶୁ, ଫରେଷ୍ଟ ପାର୍କର ଜଣେ ୨୯ ବର୍ଷୀୟ ଯୁବକ, ୟୁନିଟ-୫ର ଜଣେ ୪୭ ବର୍ଷୀୟ ପୁରୁଷ, ଡୁମଡ଼ୁମାସ୍ଥିତ ସୁବାସ ନଗର ବସ୍ତିର ଜଣେ ୨୯ ବର୍ଷୀୟ ଯୁବକ ରହିଛନ୍ତି। ଆଉ ପାତ୍ରପଡ଼ାର ୩୦ ଓ ୩୧ ବର୍ଷୀୟା ମହିଳା ଓ ସରକାରୀ ହସ୍ପିଟାଲର ଜଣେ ୨୫ ବର୍ଷୀୟା ଛାତ୍ରୀ ଆରୋଗ୍ୟ ଲାଭ କରିଛନ୍ତି।


ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩ ଜଣଙ୍କର ମୃତ୍ୟୁ ଘଟିଛି ଓ ୮୮ ଜଣ ଚିକିତ୍ସାଧୀନ ଅଛନ୍ତି।