ବୋମା ବିସ୍ଫୋରଣରେ ଜଣେ ପୁଲିସ ର୍କମଚାରୀ ସମେତ ୩ ମୃତ

ନେପାଳ,ଏଜେନ୍ସି: ଦକ୍ଷିଣ ନେପାଳର ଧନୁଷ ଜିଲ୍ଲାରେ ଶୁକ୍ରବାର ରାତ୍ରିରେ ବୋମା ବିସ୍ଫୋରଣ ହୋଇ ୩ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁଲିସକର୍ମୀ ମଧ୍ୟ ରହିଛନ୍ତି । ଏ ନେଇ ଅଞ୍ଚଳରେ ଆତଙ୍କ ଖେଳିଯିବା ସହ ଭୟାବହର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଜଣେ ପୁଲିସକର୍ମୀଙ୍କ ସମେତ ୩ ଜଣ ସାଧାରଣ ଲୋକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଏଠାକୁ ବୋମା କିପରି ଆସିଲା ସେ ନେଇ କୌଣସି ତଥ୍ୟ ମିଳିପାରିନାହିିଁ। କିପରି ଓ କେମିତି ବୋମା ବିସ୍ଫୋରଣ ହେଲା ଏହାର ସଠିକ ପ୍ରମାଣ ମିଳିପାରିନାହିଁ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।