ମାଲାକନଗିରି ଜିଲ୍ଲାରେ ଜଣେ ହାବିଲଦାର କରୋନା ପଜିଟିଭ ଚିହ୍ନଟ, କ୍ୱାରେଣ୍ଟାଇନରେ ଗଲେ ସମସ୍ତ ଥାନା କର୍ମଚାରୀ

ମାଲକାନଗିରି,ଏନ୍ଏନ୍ଏସ୍: ଆଜି ଆଉ ଜଣେ ପୁଲିସ କର୍ମଚାରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାର ମୋଟୁ ବର୍ଡର ଚେକ୍ ପୋଷ୍ଟରେ କାର୍ଯ୍ୟରତ ଜଣେ ହାବିଲଦାରଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ ମୋଟୁ ଥାନାର ସମସ୍ତ ଷ୍ଟାପଙ୍କ ସମେତ ଆଇଆଇସିଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହ ମୋଟୁ ଥାନା ପରିସରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ସମ୍ପୂର୍ଣ୍ଣ ଥାନାକୁ ସାନିଟାଇଜ କରାଯାଇଛି। ସେହିପିର କରୋନା ଚିହ୍ନଟ ହାବିଲଦାରଙ୍କ କଣ୍ଟାକ୍ଟ ଟ୍ରେସି ଆରମ୍ଭ ହୋଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି।