ଟ୍ରକ ଚଢ଼ିଯିବାରୁ ଜଣେ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମୟୁରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକର କନିଷ୍ଠ କୃଷି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ କୁମାର ଦାଶ। ପ୍ରଦୀପଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ଜଣାପଡ଼ିିଛି। ରାସ୍ତାକଡ଼ରେ ନିଜ ସ୍କୁଟିକୁ ରଖି ପ୍ରଦୀପ ଅନ୍ୟପଟକୁ ଯିବା ପାଇଁ ରାସ୍ତା ପାର କରୁଥିବା ସମୟରେ ଏକ ଅଜଣା ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।