ଭଞ୍ଜନଗର : ସୁରତରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଝରପାରି ପଞ୍ଚାୟତ ବାଦୁଳା ଗ୍ରାମର କୃଷ୍ଣଚନ୍ଦ୍ର ବିଷୋୟୀ । ଏହି ୨୭ ବର୍ଷ ବୟସ୍କ ଯୁବକ ସୁରତରେ ଏକ ସୂତା କଳରେ କାମ କରୁଥିଲେ । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ପରୀକ୍ଷା ପରେ ତାଙ୍କର କୋଭିଡ୍ ପଜିଟିଭ୍ ଆସିଥିଲା । ତେଣୁ କୃଷ୍ଣଚନ୍ଦ୍ର କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ତାଙ୍କର ମୃତ୍ୟୁ ହୋଇଛି । କୃଷ୍ଣଚନ୍ଦ୍ର ଅତି ଗରିବ ପରିବାରର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ପୂର୍ବରୁ ଭଞ୍ଜନଗର ଅଞ୍ଚଳର ଜଣେ ଯୁବକ ସୁରତ ପୋଲିସ୍ ମାଡ଼ରେ ମୃତ୍ୟୁବରଣ କରିଥିଲେ ।