ନୂଆଦିଲ୍ଲୀ,ଏଜେନ୍ସି: ୱାନ ନେସନ, ୱାନ ରାସନ କାର୍ଡ ଯୋଜନା ଅଧୀନରେ ନ୍ୟାସନାଲ କ୍ଲଷ୍ଟର ସହିତ ଆଉ ପାଞ୍ଚଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଯୋଗ ଦେଇଛନ୍ତି। ଏନେଇ ଗତକାଲି ହୋଇଥିବା ଏକ ବୈଠକରେ କେନ୍ଦ୍ର ଖାଉଟି କଲ୍ୟାଣ ବ୍ୟାପାର ମନ୍ତ୍ରୀ ରାମ ବିଲାସ ପାସୱାନ ସୂଚନା ଦେଇଛନ୍ତି। ଏହି ଯୋଜନାରେ ସଂଯୋଗ ହୋଇଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ହେଲେ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ହିମାଚଳ ପ୍ରଦେଶ ଏବଂ ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଓ ଡିୟୁ।
ପୂର୍ବରୁ ଯୋଜନା ରେ ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜୁରାଟ, ହରିୟାଣା, ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତେଲେଙ୍ଗାନା ଏବଂ ତ୍ରିପୁରା ସମେତ ୧୨ ଟି ରାଜ୍ୟ ଯୋଗ ଦେଇଥିଲେ। ଏହି ଯୋଜନାରେ ବର୍ତ୍ତମାନ ସୁଧ୍ୟା ୧୭ ରାଜ୍ୟ ଯୋଡି ହୋଇଥିବା ବେଳେ ଓଡିଶା ଏ ପର୍ୟ୍ୟନ୍ତ ଏହି ଯୋଜନାରେ ସମ୍ପୂର୍ଣ୍ଣ ଭାବେ ସାମିଲ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲାରେ ଏହା କେବଳ ଲାଗୁ ହୋଇଛି।
କେନ୍ଦ୍ରମନ୍ତ୍ରୀ ରାସନ କାର୍ଡଧାରୀଙ୍କ ଜାତୀୟ ପୋର୍ଟେବିଲିଟିର କାର୍ୟ୍ୟାନ୍ୱୟନ ଏବଂ ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି। ଏହି ଯୋଜନରେ ୧୭ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାୟ ୬୦ କୋଟି ହିତାଧିକାରୀ ଜାତୀୟ ଏବଂ ଆନ୍ତ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇ ପାରିବେ। ସେମାନେ ବର୍ତ୍ତମାନ ସେମାନଙ୍କର ପସନ୍ଦ ଅନୁସାରେ ଯେ କୌଣସି ସ୍ଥାନରେ ଖାଦ୍ୟ ଅଧିକାର ସାମଗ୍ରୀ ଉଠାଇ ପାରିବେ ।
ଏହି ୧୭ ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଯେ କୌଣସି ଠାରେ ଜଣେ ବ୍ୟକ୍ତି ଗୋଟିଏ ଦେଶ ଗୋଟିଏ ରାଶନ କାର୍ଡ ଯୋଜନାରେ ନିଜ ସାମଗ୍ରୀ ଉଠାଇ ପାରିବେ। ପୂର୍ବରୁ ଏହି ଯୋଜନାରେ ଜଣେ ବ୍ୟକ୍ତି କେବଳ ନିଜ ରାଜ୍ୟର କେବଳ ଗୋଟିଏ ସ୍ଥାନରେ ରାଶନ ସାମଗ୍ରୀ ପାଇ ପାରୁଥିଲେ। ଏବେ ଏହି ଯୋଜନା ଇଞଗ ଶର୍ଭିସ ପରି କାର୍ୟ୍ୟ କରିବ।
ବାସସ୍ଥାନ ବଦଳେଇଲେ ବି ଲୋକଙ୍କୁ ଆଉ କାର୍ଡ ବଦଳେଇ ବାକୁ ପଡିବ ନାହିଁ ବୋଲି କୁହାଯାଇଛି। ଅନ୍ୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ର ହିତାଧିକାରୀଙ୍କୁ ୱାନ ନେସନ, ୱାନ ରେସନ କାର୍ଡ ଯୋଜନାରେ ଯୋଡି ହେବା ପାଇଁ ଲଗାତର ପ୍ରୟାସ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।