ସୁରତରୁ ଓଡ଼ିଶା ଅଭିମୁଖେ ବାହାରିଲା ଆଉ ଏକ ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ସୁରତରୁ ଓଡିଶା ଅଭିମୁଖେ ଏକ ଟ୍ରେନ ଛାଡ଼ିଲା। ଓଡିଆ ପ୍ରବାସୀ ଭାରତୀୟଙ୍କୁ କରୋନା ଟେଷ୍ଟ ବିନା ଓଡ଼ିଶାରେ ପ୍ରବେଶ ନକରିବା ପାଇଁ ଗୁରୁବାର ଓଡିଶା ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶ ହୋଇଥିବା ବେଳେ ସୁପ୍ରିମକୋର୍ଟ ଶୁକ୍ରବାର ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଏହା ପରେ ଆଜି ଏକ ଟ୍ରେନ ସୁରତରୁ ପ୍ରବାସୀମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିଥିବା ଜଣାପଡ଼ିଛି।

ରାଜ୍ୟ ସରକାର ଗୁରୁବାର ୩ଟି ଟ୍ରେନକୁ ବାତିଲ କରିଥିଲେ, ଯାହାକି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୁରଟରୁ ଓଡ଼ିଶାକୁ ପ୍ରବାସୀ ଭାରତୀୟ ଓଡିଆ ଶ୍ରମିକମାନଙ୍କୁ ଆଣିବାର ଥିଲା। ତେବେ ରାଜ୍ୟରେ ପ୍ରବାସୀଙ୍କ ଯୋଗୁଁ କରୋନା ବଢ଼ୁଥିବା ପିଏଲ ଶୁଣାଣି କରି ଯେଉଁମାନେ ଓଡ଼ିଶା ଆସିବେ ସେମାନେ କୋଭିଡ଼-୧୯ ପରୀକ୍ଷା କରାଇବା ବାଧ୍ୟତା ମୂଳକ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଏଥିରେ ଦର୍ଶାଯାଇଛି ଯେ ପରୀକ୍ଷାରେ ନକାରାତ୍ମକ ଥିବା ଲୋକଙ୍କୁ କେବଳ ଆସିବାକୁ ଅନୁମତି ଦିଆଯିବ।

ସୁରଟରେ ଥିବା ହଜାର ହଜାର ଓଡିଆ ଶ୍ରମିକ ଘରକୁ ଫେରିବା ପାଇଁ ସରକାରୀ ସାଇଟରେ ପଞ୍ଜୀକୃତ ହୋଇସାରିଥିଲେ ହେଁ ଏହି ଅନୁଯାୟୀ ଓଡ଼ିଶା ସରକାର ସେମାନଙ୍କ ଟ୍ରେନ୍ ଯାତ୍ରା ପାଇଁ ବ୍ୟବସ୍ଥା କରିଥିଲେ। ତିନୋଟି ଟ୍ରେନ୍ ଶୁକ୍ରବାର ଦିନ ଗୁଜରାଟର ଟେକ୍ସଟାଇଲ୍ ଟାଉନ୍ ଛାଡିବାକୁ ସ୍ଥିର ହୋଇଥିଲା।