ମାଲକାନଗିରି,ଏନ୍ଏନ୍ଏସ୍: ପୂର୍ବରୁ ଜଣେ ଭୋକିଲା ବୃଦ୍ଧାଙ୍କୁ ନିଜର ଖାଦ୍ୟ ପ୍ରଦାନ କରି ପ୍ରଶଂସା ସାଉଁଟିଥିବା ମାଲକାନଗିରିର ମହିଳା ପୁଲିସ ଏସଆଇ ପୁଣି ଜଣେ ବୃଦ୍ଧଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି। ଏସଆଇ ଶୁଭଶ୍ରୀ ନାୟକ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ କୌଣସି କାର୍ଯ୍ୟରେ ଯାଉଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ନିକଟରେ ସୁରେନ୍ଦ୍ର ଖିଲ(୬୫) ନାମକ ଜଣେ ବୃଦ୍ଧା ଏକ ଗାଡ଼ିର ଚକ ତଳେ ପଡ଼ି ଅଳ୍ପକେ ବର୍ତ୍ତିି ଯାଇଥିଲେ। ଏହା ଦେଖି ଶୁଭଶ୍ରୀ ସେଠାକୁ ଯାଇ ତୁରନ୍ତ ତାଙ୍କୁ ଉଦ୍ଧାର କରି ପାନୀୟ ଜଳ ପ୍ରଦାନ କରିଥିଲେ। ବୃଦ୍ଧଙ୍କର ପରିବାରବର୍ଗ କିମ୍ବା ସମ୍ପର୍କୀୟ କେହି ନଥିବା ଜାଣିବା ପରେ ତାଙ୍କୁ ମାଲକାନଗିରି ବ୍ଲକ ନିକଟରେ ଥିବା ସେତୁ ବୃଦ୍ଧା ଆଶ୍ରମକୁ ନେଇଥିଲେ। ସେଠାରେ ନିଜେ ତାଙ୍କୁ ଗାଧେଇ ଦେବା ସହ ରଖିବାର ସମସ୍ତ ବ୍ୟବସ୍ଥା କରିଥିଲେ। ଏହି କାର୍ଯ୍ୟରେ ତାଙ୍କୁ ସ୍ଥାନୀୟ ଯୁବ ସଂଗଠନର ସଦସ୍ୟ ଅଖିଳ ପୂଜାରୀ ଓ ଟି.ମୁତ୍ୟାଲୁ ସହଯୋଗ କରିଥିଲେ। ପୂର୍ବରୁ ଶୁଭଶ୍ରୀଙ୍କ ଏପରିି କାର୍ଯ୍ୟକୁ ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀ ପ୍ରସଂଶା କରିଥିଲେ।