କରୋନାରେ ଆଉ ଜଣେ ସାମ୍ବାଦିକ ମୃତ

ପୋଲସରା,ଏନ୍ଏନ୍ଏସ୍: ପୋଲସରାର ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶ(ବାପି) ୬୧ ବର୍ଷ ବୟସରେ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୦ ଭୋର ସାଢ଼େ ଦୁଇଟାରେ ମୃତ୍ୟୁ ହୋଇଛି। ଗତ ଏପ୍ରିଲ ୨୯ରେ କିଶୋରଙ୍କ କୋଭିଡ ଟେଷ୍ଟ ହୋଇଥିଲା। ମଇ ୩ରେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ପୋଲସରା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ଅମ୍ଳଜାନ ସ୍ତର କମ୍ ଥିବା ଜଣାପଡ଼ିଥିଲା। ସେହିଦିନ କୋଭିଡ ରିପୋର୍ଟ ପଜିଟିଭି ଆସିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ କିଶୋର ଚନ୍ଦ୍ର ଦାଶଙ୍କୁ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲସରା ସାମ୍ବାଦିକ ସଂଘର ହରିହର ଦାସ, କେ.ସନ୍ତୋଷ କୁମାର ପାତ୍ର, କେ.ସୁମିତ୍ରା ପାତ୍ର, ମନୋଜ କୁମାର ଘଡେଇ, ସୁଶାନ୍ତ କୁମାର ମହାରଣା, ସୁବ୍ରତ ବେହେରା, ଅତ୍ରି ପଟ୍ଟନାୟକ, ନାରାୟଣ ପରିଡ଼ା, ରଞ୍ଜୟ ପାଣିଗ୍ରାହୀ ଏବଂ ନାଗରିକ ସୁରକ୍ଷା ମଞ୍ଚ ସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର, ସଂପାଦକ ମାନସ ରଞ୍ଜନ ତ୍ରିପାଠୀ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।