ବଡ଼ ଖବର: ରାଜ୍ୟରେ କରୋନା ନେଲା ଆଉ ଏକ ମୁଣ୍ଡ, ସଂଖ୍ୟା ଛୁଇଁଲା ୮କୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି କରୋନାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବୃଦ୍ଧ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ପ୍ରଦାନ କରିଛି। ସେ ମଧୁମେହ ସହ ଅନ୍ୟାନ୍ୟ ରୋଗରେ ଜଡ଼ିତ ଥିଲେ।

ଅନ୍ୟପଟେ ରାଜ୍ୟରେ ଆଜି ସକାଳେ ୨୧ଟି ଜିଲ୍ଲାରୁ ୧୩୦ ଜର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।