ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ ବ୍ୟକ୍ତି ଜଣକ ଭଦ୍ରକର ୩୩ ବର୍ଷୀୟ ପୁରୁଷ ଏବଂ ସେ ସୁରତ ଫେରନ୍ତା ବୋଲି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହାକୁ ମିଶାଇ ଭଦ୍ରକରେ ଆକ୍ରାନ୍ତ ସଂଖ୍ୟା ୨୪ ଛୁଇଁଛି। ସେଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବାବେଳେ ଅନ୍ୟ ୧୨ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ରାଜ୍ୟରେ ମୋଟ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେଥିମଧ୍ୟରୁ ଗଞ୍ଜାମର ୧୯, କେନ୍ଦ୍ରାପଡ଼ାର ୫ ଓ ଭଦ୍ରକରୁ ୨ଜଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଅପରାହ୍ଣ ୪ଟା ୪୦ ସୁଦ୍ଧା ୨୭ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି।

ସୂଚନା ଅନୁଯାୟୀ,ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୬୩ଜଣ ସୁସ୍ଥ ହୋଇଥିବାବେଳେ ୨ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୧୮୧ ଜଣ ଚିକିତ୍ସିତ ହେଉଛନ୍ତି।