ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ହାତଡ଼ିହି ଅଞ୍ଚଳର ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛି। ୩୦ ବର୍ଷୀୟ ଏହି ଯୁବକ ଜଣଙ୍କ କଲିକତା ଫେରନ୍ତା ବୋଲି ଜଣାପଡ଼ିଛି। ଏହାସହ ଏବେସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଁଚିଛି।