ବଲାଙ୍ଗିରରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଜଣକ ଆଗଲପୁର ବ୍ଲକ ସାଲେନଡୁଙ୍ଗୁରୀ ପଂଚାୟତର ତାମିଲନାଡ଼ୁ ଫେରନ୍ତା ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତାମିଲନାଡ଼ୁରୁ ଫେରି ସେ ୧୯ରୁ ୩୧ତାରିଖ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବା ପରେ ୧ ତାରିଖରୁ ହୋମ କ୍ୱାରେଣ୍ଟାଇନରେ ଥିଲେ ।
ସୂଚନାଯୋଗ୍ୟ ଏଯାବତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଂଚିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି । ଆଉ ୬୬ ଜଣ କୋଭିଡ ହସ୍ପିଟାଲାରେ ଚିକିତ୍ସିତ ହେଉଛନ୍ତି।