ମହୁମାଛି ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ମହୁମାଛି ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଯୋଡ଼ା ବ୍ଲକ ତିତିରବିଲ ଗ୍ରାମର ୪ ଜଣ ଲୋକ ଚମ୍ପୁଆ ନିକଟସ୍ଥ ବସାସାହି ଜଙ୍ଗଲକୁ ଝାଡୁ ତିଆରି ଘାସ କାଟିବାକୁ ଯାଇଥିଲେ।

ସେମାନେ ଝାଡୁ ତିଆରି ଘାସ କାଟୁଥିବାବେଳେ ହଠାତ ଜଙ୍ଗଲୀ ମହୁମାଛି ହାବୁଡ଼ରେ ପଡିଯାଇଥିଲେ। ବିଷାକ୍ତ ମହୁମାଛି ଆକ୍ରମଣରୁ ବଞ୍ଚିବା ପାଇଁ ୩ ଜଣ ଲୋକ ଦୌଡ଼ି ପଳେଇ ଆସିଥିଲେ ମଧ୍ୟ ସେମାନେ ଗୁରୁତ୍ବର ଆହତ ହୋଇଛନ୍ତି। କିନ୍ତୁ ବାସୁମତି ସର୍ଦାର(୫୦) ନାମକ ଜଣେ ମହିଳା ଦୌଡି ନପାରି ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅପରପକ୍ଷରେ ଚାନ୍ଦୁ ମୁଣ୍ଡା, ସାବିତ୍ରୀ ସର୍ଦାର ଓ ସିନି ମୁଣ୍ଡାଙ୍କୁ ଜଙ୍ଗଲ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କରି ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି।