ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ସଫଳତା, ଜୈଶ-ଏ-ମହମ୍ମଦର ଜଣେ ସଦସ୍ୟ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଆଉ ଏକ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ଜଣେ ସଦସ୍ୟକୁ ଧରିଛନ୍ତି। ତା ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି।

ସୂଚନାନୁସାରେ, ପୁଲୱାମା ଜିଲ୍ଲାର ଚାଟପୋରା ବୋଲେରା ଅଞ୍ଚଳରୁ ନାସିର ଅହମ୍ମଦ ଦାରକୁ ଗିରଫ କରିଛି ସୁରକ୍ଷା ବାହିନୀ। ଏହାପୂର୍ବରୁ ଜାମ୍ମୁ କାଶ୍ମୀର ପୁଲିସ ଆତଙ୍କବାଦୀ ସଂଗଠନର ଜୈଶ-ଏ-ମହମ୍ମଦର ୨ଜଣଙ୍କୁ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତୀପୋରାରୁ ଗିରଫ କରିଥିଲା। ପୁଲିସ ସେମାନଙ୍କଠାରୁ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା।