ଅଜଣା ଗାଡି ଧକ୍କାରେ ଜଣେ ମୃତ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଧର୍ମଗଡ଼ ମୁଖ୍ୟ ରାସ୍ତା ଖାଲିଆକାନିନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନକଟିକାନିଗ୍ରାମ ପଞ୍ଚାୟତ ଅମୁର୍ଲାପଦର ଦରଲୀପଡା ଗ୍ରାମର ଦୁର୍ଜନ ମାଝି ବୋଲି ।

ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଘଟଣା ଦେଖି ପୁଲିସକୁ ଖବର ଦେଇଥିଲେ। ଗୋଲାମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।