ଉଚ୍ଛେଦ ବେଳେ ଅଘଟଣ, ଛାତ ତଳେ ଚାପି ହୋଇ ଜଣେ ଶ୍ରମିକ ମୃତ, ୩ ଗୁରୁତର

ଅନୁଗୁଳ,ଏନ୍ଏନ୍ଏସ୍: ରାସ୍ତା ପ୍ରଶସ୍ତୀକରଣ ବେଳେ ଅଘଟଣ। ଶୁକ୍ରବାର ୫୫ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଜବରଦଖଲ ଚାଲୁଥିବା ବେଳେ ଘର ଭଙ୍ଗା ପ୍ରକ୍ରିୟା ଚାଲିଥିଲା। ଏହି ସମୟରେ ଏକ ଘରର ଛାତ ତଳେ ୪ଜଣ ଚାପି ହୋଇଯାଇଥିଲେ। ଏଥିରେ ୩ଜଣ ଗୁରୁତର ଥିବା ବେଳେ ଅନ୍ୟ ଜରଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ବଅଁରପାଳ ଥାନା ବୁଢାପଙ୍କ ଗାଁ’ ଛକ ନକଟରେ ଜେସିବିରେ ଦୋକାନ ଘର ଛାତ ଭାଙ୍ଗିବା ସମୟରେ ଭଗ୍ନାଂଶ ତଳେ ଚାପି ହୋଇଯାଇଥିଲେ ୪ଜଣ ଶ୍ରମିକ। ପରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଅନୁଗୁଳ ଡାକ୍ତରଖାନାକୁ ନେଉଥିବା ବେଳେ ରାସ୍ତାରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ୩ଜଣ ଗୁରୁତର ଥିବା ଜଣାପଡ଼ିଛି।