ଢ଼େଙ୍କାନାଳ,ଏନ୍ଏନ୍ଏସ୍: ଆଜି ବିଦ୍ୟୁତ ଆଘାତରେ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ମୃତ୍ୟୁ ଘଟିଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିଛି ତେଲକୋଇ ଥାନା ରାଇସୁଆଁ ଗ୍ରାମରୁ । ଉକ୍ତ ଗ୍ରାମରେ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇଛନ୍ତି । ବିଦ୍ୟୁତ ତାର ସଜାଡୁ ଥିବା ବେଳେ ଅସାବଧାନତା କାରଣରୁ ସେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସେ ଝଟ୍କା ଖାଇ ଗୁରୁତର ହୋଇଛନ୍ତି । ତାଙ୍କ ଶରୀରର ପ୍ରାୟ ୭୦ ପ୍ରତିଶତ ଅଂଶ ବିଦ୍ୟୁତ ଆଘାତରେ ପୋଡ଼ି ଯାଇଛି । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିଦ୍ୟୁତ କର୍ମଚାରୀ ଜଣକ ସେହି ଗାଁର ଚତୁର୍ଭୁଜ ଦେହୁରୀ ବୋଲି ଜଣାପଡ଼ିଛି ।