ରାଜଧାନୀର ରାସ୍ତା କଡ଼ରେ ଲାଗିଥିବା ଗ୍ରୀଲରୁ କରେଣ୍ଟ ଲାଗି ଜଣେ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱର ପଳାଶୁଣୀରେ ଅଘଟଣ। ପଳାଶୁଣୀ ଛକ ରାସ୍ତା କଡ଼ରେ ଲାଗିଥିବା ଗ୍ରୀଲରୁ କରେଣ୍ଟ ଲାଗିବା କାରଣରୁ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ମନୋଜ ବୋଲି ଜଣାପଡ଼ିଛି। ଏଥିପାଇଁ ସ୍ଥାନୀୟ ଲୋକେ ବିଜୁଳି ବିଭାଗକୁ ଦାୟୀ କରିଛନ୍ତି। ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଉକ୍ତ ଅଞ୍ଚଳରେ ବିଜୁଳି ତାରକୁ ସଜଡ଼ା ନ ଯିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।